Raghubar Das: ଦାୟିତ୍ବ ନେବା ପରେ ପ୍ରଥମ ଥର ସମ୍ବଲପୁର ଗସ୍ତ କଲେ ରାଜ୍ୟପାଳ
Advertisement
Article Detail0/zeeodisha/odisha2029367

Raghubar Das: ଦାୟିତ୍ବ ନେବା ପରେ ପ୍ରଥମ ଥର ସମ୍ବଲପୁର ଗସ୍ତ କଲେ ରାଜ୍ୟପାଳ

Raghubar Das: ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଗସ୍ତର ପ୍ରଥମ ଦିନରେ ସେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ, ଡାକ୍ତର, ଆଶାକର୍ମୀ ଓ ସେବିକାଙ୍କ ସହ ସମୟ ବିତାଇଥିଲେ ।

ସୌ(ସୋସିଆଲ ମିଡିଆ)

ଏହାପରେ ସେ ରମେଡେଗା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସହ ଶିଶୁ, ଅଭିଵାବକ ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଅଙ୍ଗନବାଡି଼ କେନ୍ଦ୍ର ବ୍ୟକ୍ତିତ୍ୱ ବିକାଶର ମୂଳାଧାର ବୋଲି ସେ ମତ ଦେଇଥିଲେ। ପରେ ଆୟୋଜିତ ଏକ ସଭାରେ ଯୋଗଦେଇ ରାଜ୍ୟପାଳ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଓ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ବ୍ୟବହାର ନେଇ ଅବଗତ କରାଇଥିଲେ । ରାଜ୍ୟପାଳଙ୍କ ଗସ୍ତ ସମୟରେ ଚାଷୀମାନେ କଟନୀ ଛଟନୀ ଓ ଟୋକନ୍ ସମସ୍ୟାକୁ ନେଇ ଦାବି ଉଠାଇଥିଲେ । ଏନେଇ ସରକାରଙ୍କ ସହ ଆଲୋଚନା କରି ଏହାର ସମାଧାନ ଲାଗି ଚେଷ୍ଟା କରିବେ ବୋଲି ଆଶ୍ବାସନା ଦେଇଥିଲେ ରାଜ୍ୟପାଳ । ସେହିପରି ବିକଶିତ ଓଡିଶା ଓ ଭାରତ ପାଇଁ ମହିଳାମାନଙ୍କ ଅବଦାନ ଓ ଭୂମିକା ଅତୁଳନୀୟ ବୋଲି ରାଜ୍ୟପାଳ ମତ ଦେଇଥିଲେ । ସେ ଆଉ ମଧ୍ଯ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦିଗଦର୍ଶନ ମହିଳା ସଶକ୍ତିକରଣରେ ବଡ଼ ପରିବର୍ତ୍ତନ ଆଣିଛି । ଏହାପରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ କୁଦୋପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ପରିଦର୍ଶନ କରି ହିତାଧିକାରୀମାନଙ୍କ ଆଲୋଚନା କରିଥିଲେ।  ଶେଷରେ ରାଜ୍ୟପାଳ ମାଆ ସମଲେଶ୍ବରୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

Also Read-Flight Service: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର, ଏହି ଦିନ ଜିଲ୍ଲାରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ

ଏହି ସମସ୍ତ କାର୍ଯ୍ୟକ୍ରମରେ ଏସ. ଏସ ଏମ ସି କମିଶନର ବେଦ ଭୂଷଣ, ଆଇ.ଏ.ଏସ , ମୁକେଶ କୁମାର ଭାମୁ, ଆଇ.ପି.ଏସ , ଅତିରିକ୍ତ ଜିଲ୍ଲାପାଲ ସାଧାରଣ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରଦୀପ କୁମାର ସାହୁ, ସି.ଡି.ତଥା ଇ.ଓ ଧର୍ମେନ୍ଦ୍ର ମଲ୍ଲିକଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।