Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1978790

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 25 November 2023 | ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

 

Top 10 News Headlines 25 November 2023

Top 10 News Headlines Today in Odia | 25 November 2023 | Evening | 1. Silkyara Tunnel Rescue Operation: ଉତ୍ତରାଖଣ୍ଡରର ନିର୍ମାଣାଧୀନ ସିଲକ୍ୟାରା ଟନେଲ ଦୁର୍ଘଟଣାରେ ୪୧ ଜଣ ଶ୍ରମିକ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି । ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଦିନରାତି ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ସମୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଏକ ସାମ୍ବାଦିକ ସମ୍ମିଳନୀ କରି ଉଦ୍ଧାର କାର୍ଯ୍ୟର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଦେଶକୁ ସୂଚନା ଦେଇଛି । ଶନିବାର ଦିନ ଏନଡିଏମଏ କହିଛି ଯେ ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ସମୟ ଲାଗିପାରେ କାରଣ ଆଗର ମେସିନ ବାରମ୍ବାର ଖରାପ ହେଉଛି । ପୂରା ଖବର..

2. Malkangiri Road Accident: ଶନିବାର ଦିନ ସକାଳେ ଓଡିଶାର ମାଲକାନଗିରିରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ଘଟିଛି । ଏହି ସମୟରେ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । କୁହାଯାଉଛି ଯେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନାନୁସାରେ, ଏହି ଲୋକମାନେ ମାଲକାନଗିରି ହନ୍ତାଳଗୁଡା ଘାଟିରେ ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପୂରା ଖବର...

3. Soumya Murder Case: ଦିଲ୍ଲୀର ସାକେତ୍ କୋର୍ଟ ୨୦୦୮ ମସିହାରେ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରିଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଅଭିଯୁକ୍ତମାନେ ହେଉଛନ୍ତି ରବି କପୁର, ଅମିତ ଶୁକ୍ଲା, ବଲବୀର ମଲିକ ଓ ଅଜୟ କୁମାର । ସମସ୍ତଙ୍କୁ MCOCA ଅଧୀନରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ହତ୍ୟା ମାମଲାରେ ୫ ଜଣଙ୍କୁ ଦୋଷୀ କରାଯାଇଥିଲା, ଯେଉଁଥିରୁ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଓ ପଞ୍ଚମ ଦୋଷୀଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପୂରା ଖବର...

4. Cash-For-Query Case: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ଟିଏମସି ସାଂସଦ ମହୂଆ ମୈତ୍ରାଙ୍କ ସମସ୍ୟା ବୃଦ୍ଧି ପାଇବା ନଜର ଆସୁଛି । ବର୍ତ୍ତମାନ ସିବିଆଇ ଏକ PE ପଞ୍ଜୀକୃତ କରିଛି ଓ ଏହି ମାମଲାରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ବାସ୍ତବରେ, ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହଦ୍ରୋହଙ୍କ ଏକ ଚିଠିକୁ ଦର୍ଶାଇ ଟିଏମସି ସାଂସଦଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତଦନ୍ତ ଦାବି କରିଥିଲେ । ସେ ଦାବି କରିଥିଲେ ଯେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟିଏମସି ସାଂସଦ ବ୍ୟବସାୟୀ ଦର୍ଶନ ହିରାନନ୍ଦିନୀଙ୍କଠାରୁ ଲାଞ୍ଚ ନେଇଛନ୍ତି । ପୂରା ଖବର...

5. PM Flies In Tejas: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଗୁରୁବାର ଦିନ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସରେ ଉଡ଼ିଛନ୍ତି । ତେଜସ୍ ବିମାନରେ ପିଏମ ମୋଦୀଙ୍କ ମୋଟ ସର୍ଟ ୪୫ ମିନିଟ ଧରି ଚାଲିଥିଲା । ଅର୍ଥାତ୍ ପିଏମ୍ ମୋଦୀ ହାଲୁକା ଯୁଦ୍ଧ ବିମାନ ତେଜାସରେ ୪୫ ମିନିଟ୍ ଉଡିଥିଲେ ଓ ଏହି ସମୟରେ ଆକାଶରେ ଉଡ଼ିବାବେଳେ ସେ ନିଜେ କିଛି ସମୟ ପାଇଁ ସମସ୍ତ ନିୟନ୍ତ୍ରଣ ନିଜ ହାତକୁ ନେଇଥିଲେ । ପୂରା ଖବର...

6. Central Government Employees DA Increase: କେନ୍ଦ୍ର ସରକାର ଷଷ୍ଠ ଓ ପଞ୍ଚମ ବେତନ ଆୟୋଗର ପୂର୍ବ ସଂଶୋଧିତ ବେତନ ସ୍କେଲ ଅନୁଯାୟୀ ବେତନ ପାଉଥିବା କର୍ମଚାରୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ (CPSE) ରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ DA ୧ ଜୁଲାଇ ୨୦୨୩ ରୁ କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯିବ । ଏହି କର୍ମଚାରୀମାନେ ଦୀର୍ଘ ଦିନ ଧରି ସରକାରଙ୍କ ଘୋଷଣାକୁ ଅପେକ୍ଷା କରି ରହିଥିଲେ । କାରଣ, କେନ୍ଦ୍ର ସମେତ ଅନେକ ରାଜ୍ୟ ଦୀପାବଳି ପୂର୍ବରୁ ଅନ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଥିଲେ । ଜାଣନ୍ତୁ ଏହି ନିଷ୍ପତ୍ତି କର୍ମଚାରୀଙ୍କ ପାଇଁ କେତେ ଲାଭଦାୟକ ହେବ । ପୂରା ଖବର...

7.Weather Update: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ରବିବାର ଦିନ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ତେବେ ଏହାପରେ ୨୯ ତାରିଖରେ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ସୂଚନା ଅନୁଯାୟୀ, ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବାର ବିଶେଷ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ପୂରା ଖବର...

8. LAccMI Bus Yojana In Rayagada: ଆଜିଠୁ ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ ବସ୍’ସେବା । ଜିଲ୍ଲାରେ ଏକା ସାଙ୍ଗରେ ଗଡି଼ବ ୫୨ଟି ବସ୍। ରାୟଗଡା ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ‘ଲକ୍ଷ୍ମୀ ବସ୍’ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି଼ଡିଓ କନଫରେସିଂ ଯୋଗେ ଏହାର ଉଦଘାଟନ କରିଛନ୍ତି।  ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ପୂରା ଖବର...

9. ACC Men’s U19 Asia Cup India's Squad: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଅଣ୍ଡର-୧୯ ଏସିଆ କପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ପଞ୍ଜାବରେ ଖେଳୁଥିବା ଉଦୟ ସାହାରଣଙ୍କୁ ଏହି ଦଳର ନିତୃତ୍ୱ ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଦ୍ୱାରା ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ୮ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ଫାଇନାଲ୍ ମ୍ୟାଚ୍ ୧୭ ଡିସେମ୍ବରରେ ଖେଳାଯିବ । ପୂରା ଖବର...

10. Ravenshaw University gets A++ grade from NAAC: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ (NAAC) ତରଫରୁ ରାଜ୍ୟର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି । କହିରଖୁଛି ଯେ କିଛି ଦିନ ପୂର୍ବେ ନାକ୍ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା । ନାକ୍‌ର ଏକ କମିଟି ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ । ଏହାପରେ ଏହି  A++ ମାନ୍ୟତା ମିଳିଛି ।