TOP 10 NEWS TODAY: ଓଡ଼ିଶାରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କଲେ ଅମିତ ଶାହ: ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2221380

TOP 10 NEWS TODAY: ଓଡ଼ିଶାରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କଲେ ଅମିତ ଶାହ: ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

TOP 10 NEWS TODAY: ଓଡ଼ିଶାରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କଲେ ଅମିତ ଶାହ: ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 25 April | Evening

1.Amit Shah Election Campaign 2024: ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାରେ ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଗୁରୁବାର (ଅପ୍ରେଲ ୨୫) ସୋନପୁର ଠାରେ ରାଜ୍ୟ ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେଇ ସେ ଦଳୀୟ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏହି ସମାବେଶରେ ରାଜ୍ୟ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀ ଉପସ୍ଥିତ ରହିଥିଲେ। 

2. BJD Leader VK Pandian Election Campaign 2024: ଗୁରୁବାର (ଅପ୍ରେଲ ୨୫) କୋରାପୁଟ ଜିଲ୍ଲା ପଟାଙ୍ଗୀ ଏବଂ ଲକ୍ଷ୍ମୀପୁରର ଦଶମନ୍ତପୁର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା ଭିକେ ପାଣ୍ଡିଆନ। ଏହି ଅବସରରେ ସେ ଦଳର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି। ଗତକାଲି ହିଞ୍ଜିଳି-ଶେରଗଡ ଠାରେ ବିରାଟ ଜନସଭା ସହ ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏବଂ ଶେରଗଡ ବ୍ଲକ ଠାରେ ଦୁଇଟି ବିରାଟ ଜନସଭାରେ ଉଦ୍‌ବୋଧନ ଦେଇ ବିଜେଡ଼ି ସୁପ୍ରିମୋ ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଥିଲେ।

3. 2024 Indian General Election in Uttar Pradesh: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶର ଦୁଇଟି ହାଇପ୍ରୋଫାଇଲ୍ ସିଟ୍ ରାଏବରେଲି ଏବଂ ଆମେଠି ଆସନ ଉପରେ ରହିଛି। କାରଣ  ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଏହି ୨ ଆସନ ପାଇଁ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଗୋଷଣା କରିନାହିଁ। ଏହି ଦୁଇଟି ଆସନ ପାଇଁ ନାମାଙ୍କନ ଅପ୍ରେଲ ୨୬ ତାରିଖରୁ ଆରମ୍ଭ ହେବ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାହୁଲ ଗାନ୍ଧୀ ଆମେଠି ଏବଂ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିନ୍ତି। ଯଦିଓ ଉଭୟଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। 

4. Prabodh Tirkey Joins BJP: କଂଗ୍ରେସ ଛାଡ଼ିବା ପରେ ବିଜେପି ହାତ ଧରିଛନ୍ତି ଭାରତୀୟ ହକି ଦଳର ପୂର୍ବତ ଅଧିନାୟକ ପ୍ରବୋଧ ତିର୍କି। ଗୁରୁବାର (ଅପ୍ରେଲ ୨୫) ସୋନପୁର ଠାରେ ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ସେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। କିଛି ଦିନ ପୂର୍ବେ ପ୍ରବୋଧ ତିର୍କି କଂଗ୍ରେସ ଛାଡ଼ିଥିଲେ। ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରବୋଧ ତିର୍କିଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ଅଧିନସ୍ଥ ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରି ଦଳୀୟ ଟିକେଟ ଦେଇଥିଲେ କଂଗ୍ରେସ। ମାତ୍ର ପରେ ତାଙ୍କ ଟିକେଟ କାଟି ଦେଇଥିଲା କଂଗ୍ରେସ। ଟିକେଟ କଟିବା ପରେ ସେ କ୍ଷୋଭ ପ୍ରକାଶ କରିଥିଲେ। 

5. Lok Sabha Election 2024 2nd Phase Voting: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ କେରଳର ସମସ୍ତ ୨୦, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ରର ୮, ଉତ୍ତର ପ୍ରଦେଶର ୮ ସିଟ୍, ମଧ୍ୟ ପ୍ରଦେଶର ୭, ଆସାମର ୫ ଏବଂ ବିହାରର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩, ମଣିପୁର, ତ୍ରିପୁରା ଏବଂ ଜାମୁ କାଶ୍ମୀର ଆଦି 3 ରାଜ୍ୟର ଗୋଟିଏ ଲେଖାଁଏ ଆସନରେ ହେବ ଭୋଟ୍ ଗ୍ରହଣ। ଶୁକ୍ରବାର ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଅନେକ ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର।

6. Hyderabad Lok Sabha Constituency: ୨୦୨୪ ଲୋକସଭା ନିର୍ବାଚନରେ ​​ଦକ୍ଷିଣ ଭାରତର ସବୁଠାରୁ ଚର୍ଚ୍ଚିତ ଆସନ ମଧ୍ୟରୁ ଅନ୍ୟତମ ହେଉଛି ତାଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ। କାରଣ ହାଇଦ୍ରାବାଦ ଲୋକସଭା ଆସନରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ପ୍ରତିନିଧିତ୍ୱ କରୁଛନ୍ତି। ଏଥର ତାଙ୍କ ବିରୋଧରେ ତେଲେଙ୍ଗାନାରେ କ୍ଷମତାସୀନ ଶାସକ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ମହମ୍ମଦ ୱଲିୟୁଲ୍ଲାହ ସମୀରଙ୍କୁ ହାଇଦ୍ରାବାଦ ଆସନରୁ ପ୍ରାର୍ଥୀ କରୁଛି। ସେ ହାଇଦ୍ରାବାଦ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଅଛନ୍ତି।

7. Amritpal Singh will Contest Lok Sabha Election 2024: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆସାମ ଡିବ୍ରୁଗଡ଼ କେନ୍ଦ୍ରୀୟ କାରଗାରରେ ବନ୍ଦ ରହିଥିବା ଖଲିସ୍ତାନୀ ସମର୍ଥକ  ଅମୃତପାଲ ସିଂହ। କଟ୍ଟରପନ୍ଥୀ ଶିଖ୍ ପ୍ରଚାରକ ଅମୃତପାଲ ସିଂହଙ୍କ ଓକିଲ ରାଜଦେବ ସିଂହ ଖାଲସା  ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଓକିଲ ଖାଲସା କହିଛନ୍ତି ଯେ ଅମୃତପାଲ ସିଂହ ପଞ୍ଜାବର ଖଡୁର ସାହିବ ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

8. Rath Yatra 2024: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ପୁରୀ ରଥଖଳାରେ ପହଞ୍ଚିଛି। ଗୁରୁବାର ୨୩ ଖଣ୍ଡ ଅସନ ଏବଂ ୪୦ ଫୁଟିଆ ଧଉରା ରଥକାଠ ଆସି ପୁରୀରେ ପହଞ୍ଚିଛି। ଆସନ୍ତା ମାସ ୧୦ ତାରିଖରେ ଅକ୍ଷୟ ତୃତୀୟ ଅବସରରେ ରଥ କାମ ଆରମ୍ଭ ହେବ। ସେହିପରି ଜୁଲାଇ ୭ ତାରିଖରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।

9. Heatwave 2024 Odisha: ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଦିନ ସମୟର ତାପମାତ୍ରା ଆହୁରି ୨-୩ ଡ଼ିଗ୍ରୀ ବୃଦ୍ଧି ପାଇବ। ଏହା ସହିତ ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। ହେଲେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆଗାମୀ ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ତୁଳନାରେ ୩ ଡିଗ୍ରୀ ଠାରୁ ୬ ଡ଼ିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ପୂର୍ବାନୁମାନ ପାଣିପାଗ ବିଭାଗ। 

10. IPL Match Today 2024: ଅପ୍ରେଲ ୨୫ ତାରିଖ ବୁଧବାର ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜତୀୟ କ୍ରିକେଟ ଷ୍ଟାଡିୟମ ଠାରେ ମୁହାଁମୁହିଁ ହୋଇଛନ୍ତି ସନ ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ଖେଳାଯାଇଥିବା ୪୧ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭର ରେ ୭ ୱିକେଟ ହରାଇ ୨୦୬ ରନ୍ ସଂଗ୍ରହ କରିଥିଲା। ୨୦୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରବାଦ ୫ ଓଭର ଖେଳ ପର୍ଯ୍ୟନ୍ତ ୪ ୱିକେଟ ହରାଇ ୫୬ ରନ୍ ସଂଗ୍ରହ କରିଛି।