Odisha News Live Updates: ହାଥରସ ବିଜେପି ସାଂସଦ ରାଜବୀର ଦିଲେରଙ୍କ ହୃଦଘାତରେ ମୃତ୍ୟୁ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2218488

Odisha News Live Updates: ହାଥରସ ବିଜେପି ସାଂସଦ ରାଜବୀର ଦିଲେରଙ୍କ ହୃଦଘାତରେ ମୃତ୍ୟୁ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Rajvir Singh Diler Death (file photo)
LIVE Blog
24 April 2024
22:46 PM

Paytm UPI ID Change: ଜଣାଶୁଣା ଅନ୍ଲାଇନ୍ ପେମେଣ୍ଟ୍ ଆପ୍ ପେଟିଏମ୍ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି। UPI ପେମେଣ୍ଟ ପାଇଁ ଗ୍ରାହକଙ୍କୁ ନୂତନ ବ୍ୟାଙ୍କକୁ ଟ୍ରାନ୍ସଫର କରିବାକୁ NPCI ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ One97 କମ୍ୟୁନିକେସନ୍ କୁ ଅନୁମତି ଦେଇଛି।

22:16 PM

Lok Sabha elections 2024: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି କଂଗ୍ରେସ ପାର୍ଟି ହାଇଦ୍ରାବାଦ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ମହମ୍ମଦ ୱାଲିୟୁଲା ସମୀରଙ୍କୁ ହାଇଦ୍ରାବାଦରୁ ପ୍ରାର୍ଥୀ କରିଛି। ଏହି ଆସନରେ ସମୀର ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ (ଏଆଇଏମ୍ଆଇଏମ୍) ର ସଭାପତି ଅସଦୁଦ୍ଦିନ ଓୱେସିଙ୍କ ସହ ସିଧାସଳଖ ଲଢ଼ିବେ। ଓୱାଇସି ଏହି ଆସନରୁ ବର୍ତ୍ତମାନର ସାଂସଦ ଅଟନ୍ତି।

22:01 PM

 

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡ଼ି ବିଜୟ ଅଭିଯାନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
ପଢନ୍ତୁ ପୁରା ଖବର

21:55 PM

Arvind Kejriwal News: ଦିଲ୍ଲୀ ଲିକର୍ ପଲିସି ମାମଲାରେ ଗିରଫ ହେବା ବିରୋଧରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ କେଜ୍ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଜବାବ ଦାଖଲ କରିଛି। ହାଇକୋର୍ଟ ତରଫରୁ ଗିରଫଦାରୀ ଉପରେ ରୋକ ନ ଲଗାଇବା ପରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ବୋଲି ଇଡି କହିଛି।

 

20:41 PM

Congress Candidate List: କଂଗ୍ରେସ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଆନ୍ଧ୍ର ପ୍ରଦେଶ ରାଜ୍ୟରେ ତିନିଟି ଲୋକସଭା ଆସନ ଓ ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ନରସାପୁରମ୍ ଲୋକସଭା ଆସନରୁ କୋରାଲାପତି ବ୍ରାହ୍ମାନନ୍ଦ ରାଓ (କେବିଆର) ନାଇଡୁକୁ, ରାଜମ୍ପେଟରୁ ଏସ.କେ ବଶିଦ ଓ ଚିତ୍ତର (ଏସସି) ଆସନରୁ ଏମ ଜଗପତିକୁ ଟିକେଟ୍ ଦେଇଛି।

19:49 PM

ଆସନ୍ତାବର୍ଷ ପର୍ଯ୍ୟନ୍ତ ଭାରତକୁ ଏସ-୪୦୦ ଯୋଗାଇଦେବ ଋଷିଆ
ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆସିଛି ବଡ଼ ଖବର। ନୂତନ ସମୟସୀମା ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଭାରତକୁ ଏସ-୪୦୦ ପ୍ରଣାଳୀର ଶେଷ ୨ ରେଜିମେଣ୍ଟ ହସ୍ତାନ୍ତର କରିବ ପାରମ୍ପରିକ ସହଯୋଗୀ ଋଷିଆ। ମଙ୍ଗଳବାର ସରକାରୀ ସୂତ୍ରରୁ ଏହି ଖବର ମିଳିଛି। ଏସ-୪୦୦ ପ୍ରଣାଳୀ ଯୋଗାଣକୁ ନେଇ ପ୍ରାୟ ୫.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ଭାରତ-ଋଷିଆ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁଯାୟୀ ଋଷିଆ, ଭାରତକୁ ୩ ଏସ-୪୦୦ ପ୍ରଣାଳୀ ୟୁନିଟ ଯୋଗାଇ ଦେବ।
ପଢନ୍ତୁ ପୁରା ଖବର

19:31 PM

Rajvir Singh Diler Death: ୟୁପିରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବିଜେପିକୁ ଦ୍ୱିତୀୟ ଝଟକା ଲାଗିଛି। ମୋରାଦାବାଦରୁ ବିଜେପି ପ୍ରାର୍ଥୀ ସରେଶ ସିଂଙ୍କ ପରେ ହାଥରସ ସାଂସଦ ରାଜଭୀର ଦିଲରଙ୍କ ଦେହାନ୍ତ ହୋଇଛି। ସାଂସଦଙ୍କ ମୃତ୍ୟୁ ଖବର ବିଜେପିରେ ଶୋକର ଲହରୀ ଖେଳିଯାଇଛି। ୭ ମଇରେ ହାଥରସରେ ମତଦାନ ଅନୁଷ୍ଠିତ ହେବ।

19:00 PM

ପୂର୍ବତଟ ରେଳପଥ ପରିସୀମା ଅଧିନସ୍ଥ ୯ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରେ ଆରମ୍ଭ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ବ୍ୟବସ୍ଥା
ରେଳଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀଙ୍କୁ ବିଶେଷ କରି ଅଣସଂରକ୍ଷିତ କୋଚ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସ୍ବଳ୍ପ ମୂଲ୍ୟରେ ଭୋଜନ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରୀଷ୍ମ ମାସରେ ଯାତ୍ରୀଙ୍କ ଯାତାୟାତରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଅଛି। ଭାରତୀୟ ରେଳବାଇରେ ଅଣସଂରକ୍ଷିତ କମ୍ପାର୍ଟମେଣ୍ଟ (ଜେନେରାଲ୍ କ୍ଲାସ୍ କୋଚ୍) ରେ ଯାତ୍ରା କରୁଥିବା ଯାତ୍ରୀ, ଯେଉଁମାନେ ସର୍ବଦା ସୁବିଧାଜନକ ଏବଂ ବଜେଟ୍ ଅନୁକୂଳ ଭୋଜନ ବିକଳ୍ପ ପାଇପାରନ୍ତି ନାହିଁ। 
ପଢନ୍ତୁ ପୁରା ଖବର

18:59 PM

Odisha News Live Updaets: ସ୍କୁଲ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ
ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ପଂଚାୟତ ବୁଡ଼େଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପିଲାଙ୍କ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀମାନେ ଘେରିବା ପରେ ଅଧା ରାସ୍ତାରୁ ଚାଉଳ ଫେରି ସ୍କୁଲ ପରିସରରେ ଥିବା ଜଣାପଡିଛି। ସୂଚନା ଅନୁସାରେ ଆସନ୍ତାକାଲି (ଗୁରୁବାର) ଠାରୁ ସ୍କୁଲ ଛୁଟି ହେଉଥିବାରୁ ଆଜି ସ୍କୁଲର କେତକ ପିଲାଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ପରେ ଏକ ଟ୍ରଲିରେ ୧୦ ବସ୍ତା (୫ କ୍ୱିଣ୍ଟାଲ) ଚାଉଳ ନିକଟସ୍ଥ କଣ୍ଟ୍ରୋଲ ଡିଲର ବୁଦ୍ଧିରାମ ଦାସଙ୍କ ନିକଟକୁ ପଠାଉଥିଲେ। ଏହି ସମୟରେ କିଛି ଗ୍ରାମବାସୀ ଅଧା ରାସ୍ତାରେ ଚାଉଳ ବୋଝେଇ ଟ୍ରଲିକୁ ଅଟକ ରଖି ପଚରାଉଚୁରା କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଥିଲେ। ପରେ ଚାଉଳ ସ୍କୁଲକୁ ଫେରିଥିଲା।

 

18:47 PM

Odisha News Live Updates: କନ୍ନୌଜ ଆସନରୁ ଲଢିବେ ଅଖିଳେଶ ଯାଦବ
ଶେଷରେ ବଦଳିଲା ନିଷ୍ପତ୍ତି, କନ୍ନୌଜରୁ ଲୋକସଭା ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏନେଇ ଦଳର ମହାସଚିବ ତଥା ରାଜ୍ୟସଭା ସାଂସଦ ରାମଗୋପାଳ ଯାଦବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଖିଳେଶ ଯାଦବ କନ୍ନୌଜରୁ ହିଁ ନିର୍ବାଚନ ଲଢିବେ । ଆସନ୍ତା ଏପ୍ରିଲ ୨୫ ତାରିଖ ଦ୍ୱିପହରରେ ସେ ନାମାଙ୍କନ ଦାଖଲ କରିବେ । ଏହାପୂର୍ବରୁ କନ୍ନୌଜ ଆସନ ପାଇଁ ସମାଜବାଦୀ ପାର୍ଟି ତେଜ ପ୍ରସାଦଙ୍କ ନାଁ ଘୋଷଣା କରିଥିଲା । ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ ଶେଷରେ ନିଜ ପାରମ୍ପରିକ ଆସନରୁ ନିଜେ ଲଢିବା ନେଇ ଅଖିଳେଶ ନିଷ୍ପତ୍ତି ନେଇଛନ୍ତି ।

 

18:39 PM

Odisha News Live Updates: ୩୬ଟି ଜାଗାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ
ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ପରେ ଶେରଗଡ଼ରେ ବି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ମିଳିଥିବା ସୂଚନା ମୁତାବକ, ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ରର ୩୬ଟି ଜାଗାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ । ୨୧ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା କିଛି ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ । ସେହିପରି ଭିକେ ପାଣ୍ଡିଆନ ମଧ୍ୟ ୧୦୨ଟି ସ୍ଥାନରେ ସଭା କରିବେ ବୋଲି ସୂଚନା ମିଳିଛି । ଆଜି ହିଞ୍ଜିଳିରେ ପ୍ରଚାର ଆରମ୍ଭ କରିବା ସହ ନବୀନ କହିଛନ୍ତି, ୨୦୨୪ରୁ ୨୦୩୪ ହେବ ଓଡ଼ିଶାର ଦଶକ । ୨୦୩୬ ସୁଦ୍ଧା ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତି ଓ ସମୃଦ୍ଧି ହେବ ଆମର ପରିଚୟ । ଓଡ଼ିଶା, ସାରା ଦେଶକୁ ବିକାଶ ବାଟ ଦେଖାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ ସବୁକ୍ଷେତ୍ରରେ ରୂପାନ୍ତରଣ ଆସିବ ବୋଲି ସେ କହିଛନ୍ତି ।

18:31 PM

Nitin Gadkari News: ମହାରାଷ୍ଟ୍ରର ୟଭତମାଲରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡଗରୀ ବେହୋଶ ହୋଇ ଯାଇଥିଲେ। ସୁଗାର ଲେଭଲ୍ ହ୍ରାସ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଭାଷଣ ସମୟରେ ଗଡକରୀ ମୁଣ୍ଡ ବୁଲାଇ ମଞ୍ଚ ଉପରେ ପଡ଼ିଯାଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା କୁହାଯାଉଛି। ପ୍ରକୃତରେ, ନିତିନ ଗାଡକରୀ ୟଭତମାଲକୁ ଏନଡିଏ ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିଥିଲେ। ପ୍ରଚାର ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପଢ଼ନ୍ତୁ ପୂରା ଖବର...

 

18:23 PM

ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ; ପାରମ୍ପରିକ ଆସନରୁ ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ
୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ସଂସଦୀୟ ନିର୍ବାଚନରେ ଅଖିଳେଶ ଯାଦବ ​​କନ୍ନୌଜ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଆସନ ସମାଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା। କନ୍ନୌଜ ଆସନରୁ ତାଙ୍କର ନିର୍ବାଚନ ଲଢିବାକୁ ଦଳ ପକ୍ଷରୁ ଅନୁମୋଦନ ମିଳିଛି। 
ପଢନ୍ତୁ ପୁରା ଖବର

18:21 PM

କାଶ୍ମୀରକୁ ସବୁଦିନ ପାଇଁ ଭାରତର ଅଂଶ କରିବା ପାଇଁ ବିଜେପି କାର୍ଯ୍ୟ କଲା: ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ଅମରାବତୀରେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ କହୁଥିଲେ ଯଦି ଧାରା ୩୭୦ ହଟାଯାଏ ତେବେ ଦେଶରେ ରକ୍ତର ନଦୀ ପ୍ରବାହିତ ହେବ। ସେ କହିଛନ୍ତି ଯେ ଧାରା ୩୭୦ ହଟାଇ କେନ୍ଦ୍ର ସରକାର ଏହି ଦେଶରୁ ଆତଙ୍କବାଦକୁ ଦୂର କରିବା ଏବଂ କାଶ୍ମୀରକୁ ସବୁଦିନ ପାଇଁ ଭାରତର ଏକ ଅଂଶ କରିବା ପାଇଁ କାର୍ଯ୍ୟ କରିଛନ୍ତି।

18:11 PM

Odisha News Live Updates: ରୁଷକୁ ଘେରିବାକୁ ନାଟୋ ସେନା ଏକତ୍ର 
ରୁଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଆଉ ସେହି ଦୁଇ ଦେଶ ମଧ୍ୟରେ ସୀମିତ ହୋଇନାହିଁ । ଏହା ବର୍ତମାନ ବିସ୍ତାର ହୋଇ ପୃଥିବୀର ଅନେକ ବଡ ଦେଶ ଏଥିରେ ଭାଗ ନେବାକୁ ଯୁଦ୍ଧଭୂମିକୁ ଆସିବାକୁ ଲାଗିଲେଣି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତ୍ତି ଦେଇଛନ୍ତି ଯେ ରୁଷର ସୀମାରେ ନାଟୋ ୧୨୩୦୦୦ ସୈନିକ ନିୟୋଜିତ କରିଛି। ରୁଷ-ୟୁକ୍ରେନ ଯୁଦ୍ଧ ତୃତୀୟ ବର୍ଷରେ ପ୍ରବେଶ କରିବାକୁ ହେଲାଣି କିନ୍ତୁ ପରିସ୍ତିତି ଅଧିକରୁ  ଅଧିକ ଖରାପ ହେବାରେ ଲାଗିଛି । ଅଦ୍ୟାବଧି ପାଶ୍ଚାତ୍ୟ ଦେଶ ଏବଂ ନାଟୋ ସହଯୋଗୀ ଦଳ ୟୁକ୍ରେନକୁ ପଛରୁ ସାହାଯ୍ୟ କରୁଥିଲେ, କିନ୍ତୁ ବର୍ତ୍ତମାନ ନାଟୋ ଖୋଲାଖୋଲି ଭାବେ ରୁଷର ମୁକାବିଲା ଆରମ୍ଭ କରିଛି । ନାଟୋ ସେନା ରୁଷର ସୀମାରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିଛି । ରୁଷ ଏବଂ ନାଟୋ ମଧ୍ୟରେ ମୁହାଁମୁହିଁ ମୁକାବିଲା ଯେ କୌଣସି ସମୟରେ ଆରମ୍ଭ ହୋଇପାରେ । ଯାହା ବିଷୟରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ ସୀମାରେ ନାଟୋର ୧୨୩୦୦୦ ସୈନିକ ଉପସ୍ଥିତ ଅଛନ୍ତି ।

17:35 PM

ଭୋଟ ମାଗି ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା; ଜାଣନ୍ତୁ ପୁରା ଘଟଣାକ୍ରମ
୨୦୨୪ ଲୋକସଭା ନିର୍ବାଚନରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି। ଏହି କ୍ରମରେ ପଶ୍ଚିମବଙ୍ଗରେ ଘଟିଯାଇଛି ଏକ ମଜଦାର ଘଟଣା। ଯେଉଁଠାରେ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ତଥା ଗୋର୍ଖା ନେତା ବିନୟ ତମାଙ୍ଗ ବିଜେପି ପାଇଁ ଭୋଟ୍ ମାଗିଛନ୍ତି। ଏହି ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର (ଅପ୍ରେଲ ୨୩) ପଶ୍ଚିମବଙ୍ଗ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିନୟ ତମାଙ୍ଗଙ୍କୁ ଦଳ ବିରୋଧି କାର୍ଯ୍ୟକଳାପ ପାଇଁ ୬ ବର୍ଷ ଲାଗି ଦଳରୁ ବହିଷ୍କାର କରାଯାଇଛି। ଗୋର୍ଖା ନେତା ବିନୟ ତମାଙ୍ଗ ଦାର୍ଜିଲିଂ ଲୋକସଭା ଆସନ ବିଜେପି ପ୍ରାର୍ଥୀ ରାଜୁ ବିଷ୍ଟଙ୍କୁ ସମର୍ଥନ ଜଣାଇଥିଲେ। ଯାହା ପରେ କଂଗ୍ରେସ ନେତା ବିନୟ ତମାଙ୍ଗ ଦଳରୁ ନିଲମ୍ବିତ ହୋଇଛନ୍ତି।
ପଢନ୍ତୁ ପୁରା ଖବର

 

17:04 PM

RBI Action On Kotak Mahindra Bank: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏକ ବଡ଼ ଆକ୍ସନ ନେଇଛି। ଆରବିଆଇ ବ୍ୟାଙ୍କକୁ ଏହାର ଅନଲାଇନ୍ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ନୂତନ ଗ୍ରାହକ ଯୋଡିବାକୁ ବାରଣ କରିଛି। ପଢ଼ନ୍ତୁ ପୂରା ଖବର...

16:58 PM

୨୦୨୪ ଲୋକସଭା ନିର୍ବାଚନରେ ଏଣ୍ଟ୍ରି ମାରିଲେ ଭ୍ଲାଦମିର ପୁତିନ; ଜାଣନ୍ତୁ ପୁରା ଘଟଣାକ୍ରମ
ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଛି ଅଷ୍ଟାଦଶ ଲୋକସଭା ନିର୍ବାଚନ। ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା ସଂସଦୀୟ ନିର୍ବାଚନ ଉପରେ ରହିଛି ସମଗ୍ର ବିଶ୍ୱର ନଜର। ଏହି ନିର୍ବାଚନରେ ଏବେ ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ପ୍ରବେଶ ହୋଇଛି। ଯଦିଓ ଋଷୀୟ ରାଷ୍ଟ୍ରପତି ଭାରତ ବର୍ଷରେ କୌଣସି ରାଜନୈତିକ ଦଳ ପାଇଁ ପ୍ରଚାର କରୁନାହାଁନ୍ତି। ହେଲେ ଭ୍ଲାଦମିର ପୁତିନଙ୍କ ନାମ ୨୦୨୪ ନିର୍ବାଚନରେ ବ୍ୟବହୃତ ହେଉଛି।
ପଢନ୍ତୁ ପୁରା ଖବର

16:53 PM

Odisha News Live Updates: ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ଛୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ନୃଶଂସ ଓ ଅମଣିଷ ପଣିଆର ସବୁ ସୀମା ପାର କରିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ନିଆଳି ଥାନା ରଘୁନାଥପୁର ଗ୍ରାମରେ। ଗତ କିଛି ଦିନ ଧରି ସ୍ୱାମୀ ପରିତ୍ୟକ୍ତା ନର୍ମଦା ମାହୁନ୍ତଙ୍କ ସହ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା । ଦୁଇ ଦିନ ତଳେ ନର୍ମଦାଙ୍କୁ ପଡୋଶୀ ମାରଣାକ୍ତ ଆକ୍ରମଣ କରିଥିଲେ । ଯାହାକୁ ନେଇ ନର୍ମଦା ନିଆଳି ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହାରି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ନର୍ମଦା ଓ ଦୁଇ ପିଲାଙ୍କୁ ନେଇ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ପ୍ରାଣ ବିକଳରେ ଦୁଇ ଛୁଆଙ୍କ ସହ ନର୍ମଦା ଘରର ମାଟି କାନ୍ଥ ଭାଙ୍ଗି ବାହାରକୁ ଚାଲିଆସିଥିଲେ ।

16:40 PM

Odisha News Live Updates: ସିଙ୍ଗାପୁର ଓଡ଼ିଆ ସମାଜ ଦ୍ଵାରା ୮୯ତମ ଉତ୍କଳ ଦିବସ ପାଳନ 
ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ୮୯ତମ ଉତ୍କଳ ଦିବସ ପାଳନ । ସିଙ୍ଗାପୁର ଓଡ଼ିଆ ସମାଜ ଏବଂ ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ ମହୋତ୍ସବ ବିଦେଶ ଭୂମିରେ ପାଳନ କରାଯାଇଛି । ଓଡିଶାର କଳା ସାହିତ୍ୟକୁ ପରିବେଶଷ କରାଯାଇଥିଲା । ଗ୍ରାସରୁଟସ କ୍ଲବ ପକ୍ଷରୁ ଖୁବ ସୁନ୍ଦର ଭାବେ ସଜାଯାଇ ପରିବେଶଷ କରାଯାଇଥିଲା । ଏହି ସମାରୋହରେ ୩୦୦ ରୁ ଉର୍ଦ୍ଧ୍ୱ ଓଡ଼ିଆ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା।

16:34 PM

Odisha News Live Updates: ସତର୍କ ରହିବାକୁ ପାଣିପାଗ ବିଭାଗର ଆଲର୍ଟ
ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ କାଳବୈଶାଖି ବର୍ଷାକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଘୂଣ୍ଣିଝଡ ଓ ବର୍ଷା ବ୍ରଜପାତ ନେଇ ଆଶଙ୍କା କରିଛି ବିଭାଗ। ଏଥିସହ କିଛି ଜିଲ୍ଲାକୁ ସତର୍କ ସୂତନା ଜାରି କରିଛି ବିଭାଗ। ରାୟଗଡା, ଗଂଜାମ ,କଟକ ,ଖୋର୍ଦା ଭୁବନେଶ୍ୱର, ପୁରୀ ନୟାଗଡ, ଓ ବରଗଡ କୁ ସତର୍କତା ଜାରି। ସେହିପରି ଯଦି ଆମେ ରାଜଧାନୀ ଭୁବନେଶ୍ୱରର ପାଣିପାଗ ଦେଖିବା ଗତ କିଛି ଦିନରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୪୩ଡିଗ୍ରୀ ଉପରେ ତାତି ରହିଥିବା ବେଳେ ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିଲା।

16:17 PM

ହିଞ୍ଜିଳି ଆସନରୁ ବିଜେଡ଼ି ଆରମ୍ଭ କଲା ବିଜୟ ଅଭିଯାନ; ବିଜୟ ଶଙ୍ଖଧ୍ବନୀ ଦେଲେ ମୁଖ୍ୟମନ୍ତ୍ରୀ
ବୁଧବାର (ଅପ୍ରେଲ ୨୪) ହିଞ୍ଜିଳି-ଶେରଗଡ ଠାରେ ବିରାଟ ଜନସଭା ସହ ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏବଂ ଶେରଗଡ ବ୍ଲକ ଠାରେ ଦୁଇଟି ବିରାଟ ଜନସଭାରେ ଉଦ୍‌ବୋଧନ ଦେଇ ବିଜେଡ଼ି ସୁପ୍ରିମୋ ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି।
ପଢନ୍ତୁ ପୁରା ଖବର

16:09 PM

Top News Headlines from 24th April 2024: ଆସନ୍ତା ୫ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟଓ୍ୱେଭ୍‍ ସତର୍କତା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଏଠାରେ କ୍ଲିକ୍ କରି ପଢ଼ନ୍ତୁ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

15:52 PM

ଦେଶରେ ରହିଛି ଏପରି ଅଦ୍ଭୂତ ନାମ ଥିବା ରାଜନୈତିକ ଦଳ; ନାଁ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ!
ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଅତ୍ୟନ୍ତ ଆକର୍ଷଣୀୟ। ବିଭିନ୍ନ ରାଜନୈତିକ ଦଳ ଏବଂ ଏହାର ନେତା ନିର୍ବାଚନ ବେଳେ ଅନେକ ବଡ଼ ପ୍ରତିଶୃତି ଦେଇଥାନ୍ତି। ଲୋକ ନିର୍ବାଚନ ସମୟରେ ଏହାକୁ ବେଶ ଉପଭୋଗ କରନ୍ତି। ନିର୍ବାଚନ ସମୟରେ ସେମାନଙ୍କ କଥା ଚର୍ଚ୍ଚାର ବିଷୟ ପାଲଟିଥାଏ। ହେଲେ ଭାରତୀୟ ରାଜନୀତି ସହ ଜଡ଼ିତ ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଦେଶରେ ରହିଥିବା ବିଭିନ୍ନ ରାଜନୈତିକ ଦଳର ନାମ। 
ପଢନ୍ତୁ ପୁରା ଖବର

15:35 PM

Odisha News Live Updates: ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ତାତିରୁ ମିଳିବନି ନିସ୍ତାର
ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ ସାରା ଓଡ଼ିଶା। ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୨୬ ତାରିଖରେ ହିଟୱେଭ୍ ନେଇ ୨୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ପୁରୀ, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ସେହିପରି ୨୭ ଏବଂ ୨୮ ତାରିଖରେ ପ୍ରବଳ ହିଟୱେଭର ସମ୍ଭାବନା ରହିଛି।

15:01 PM

Odisha News Live Updates: ଆପ ନେତାଙ୍କ ଠାରୁ ଜାଣନ୍ତୁ କେଜରିୱାଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ
ଆପ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ୱାଜ ଅରବିନ୍ଦ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି। ଅରବିନ୍ଦ କେଜରିୱାଲଙ୍କୁ ତିହାର ଜେଲରେ ଭେଟିବା ପରେ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଦେଖନ୍ତୁ ଭିଡ଼ିଓ...

 

14:38 PM

Odisha News Live Updates: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ବଢ଼ିଲା ସିସୋଦିଆଙ୍କ ହେପାଜତ ଅବଧି
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିଆରଏସ ନେତ୍ରୀ କେ କବିତାଙ୍କ ଭଳି ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇ ଦିଆଯାଇଛି। ରାଉଜ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମ‌େ’ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଭିଡିଓ କନଫରନେସିଂ ଜରିଆରେ ମନୀଷ ସିସୋଦିଆ କୋର୍ଟ ଶୁଣାଣିରେ ହାଜର ହୋଇଥିଲେ ବୋଲି ଜଣାପଡ଼ିଛି।

14:25 PM

Odisha News Live Updates: ପ୍ରଚାର ମୈଦାନରେ ମୋଦୀ
ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ରାଜ ଭବନରୁ ରାୟପୁର ବିମାନବନ୍ଦରକୁ ଯାଇଥିଲେ। ଏହି ସମୟରେ ସେ କାର ଭିତରୁ ହାତ ହଲାଇ ରାୟପୁରବାସୀଙ୍କୁ ଅଭିବାଦନ ଜଣାଇଥିଲେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଜମୁଛି ନିର୍ବାଚନୀ ପ୍ରଚାର। ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡ଼ର ସୁରଗଡା ଜନତାଙ୍କୁ ସମ୍ଭୋଧନ କରି ମୋଦୀ କହିଛନ୍ତି, ‘‘ମାଆ, ମାଉସୀ, ଭାଇ ଓ ଭଉଣୀ ସମସ୍ତଙ୍କୁ ମୋର ପ୍ରଣାମ। ଭାଜପା ମୋତେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା। ଆପଣମାନଙ୍କ ସହଯୋଗ ବିନା ଏହା ଅସମ୍ଭବ ମୋ ପାଇଁ। ଏଥିସହ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ କଂଗ୍ରେସ ସବୁଦିନ ମୋଦୀ ଉପରେ ଆକ୍ରମଣ କରିବାର ଯେଉଁ ପ୍ରୟାସ ଜାରି ରଖିଛି ତାହା ସବୁଦିନ ସେ ଜାରି ରଖିବ।’’

 

13:50 PM

Odisha News Live Updates: ମେ’ ୬ରୁ ଓଜେଇଇ ପରୀକ୍ଷା
ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ତିନିଟି ସିଫ୍ଟରେ ଏହି ପରୀକ୍ଷା ହେବ। ସାଢ଼େ ୮ଟାରୁ ସାଢ଼େ ୧୦ଟା, ସାଢ଼େ ୧୨ଟାରୁ ସାଢ଼େ ୨ଟା, ଏବଂ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ଏହି  ପରୀକ୍ଷା ଚାଲିବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ। ମେ’, ୬, ୭, ୮, ୯ ଓ ୧୦ ତାରିଖରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ ପରୀକ୍ଷା।

13:35 PM

Odisha News Live Updates: ନିଜର ସାମରିକ ସାମର୍ଥ୍ୟକୁ ମଜବୁତ କରିବାରେ ଲାଗିଛି ଭାରତ
ଭାରତ ସଫଳତାର ସହ ଅନ୍ୟ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣ ଉତକ୍ଷେପଣ କରିଛି । ଏହି କ୍ଷେପଣାସ୍ତ୍ର ୨୫୦ କିଲୋମିଟରରୁ ଅଧିକ ଦୂରତାରେ ଟାର୍ଗେଟକୁ ଭେଦ କରିବାର କ୍ଷମତା ରଖିଛି । ମଙ୍ଗଳବାର କ୍ଷେପଣାସ୍ତ୍ର ଉତକ୍ଷେପଣରେ ଏହା ଏହାର ସମସ୍ତ ମାନ୍ୟତା ପୂରଣ କରିପାରିଛି । ଭାରତୀୟ ବାୟୁସେନା ଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରୀକ୍ଷିତ ଏହି କ୍ଷେପଣାସ୍ତ୍ର ହେଉଛି ଇସ୍ରାଏଲର ମୂଳ କ୍ରିଷ୍ଟାଲ ମ୍ୟାଜେ ୨, ଏହା ଆକାଶ ମାର୍ଗରୁ ନିକ୍ଷେପଣ କରାଯାଇ ପାରୁଥିବା ଏକ  ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହା ରକ୍ସ ଭାବରେ ମଧ୍ୟ ଜଣାଶୁଣା। ଆଣ୍ଡାମାନ ଏବଂ ନିକୋବରରେ ଏହାର ଆହୁରି ପରୀକ୍ଷା ଫାୟାରିଂ ପାଇଁ ପ୍ରସ୍ତୁତି ଚାଲିଛି । କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତୀୟ ବାୟୁସେନା ବର୍ତ୍ତମାନ ଏକ ଅନନ୍ୟ କ୍ଷମତା ପ୍ରଦାନ କରୁଥିବା ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ବହୁ ସଂଖ୍ୟକ ଇସ୍ରାଏଲ୍ କ୍ଷେପଣାସ୍ତ୍ର ହାସଲ କରିବାକୁ ଯୋଜନା କରୁଛି ।

13:12 PM

Odisha News Live Updates: ମୋକିମ୍‍ଙ୍କ ଝିଅ ହେବେ କଟକ ବିଧାୟକ ପ୍ରାର୍ଥୀ!
କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ସୁପ୍ରିମ୍‍ କୋର୍ଟଙ୍କ ଝଟକା ମିଳିବା ପରେ ଏବେ କିଏ ହେବେ କଟକ- ବାରବାଟୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ। ଏନେଇ କଟକ ନଗର କଂଗ୍ରେସ କମିଟି ଏବଂ ମୋକିମଙ୍କ ଶୁଭେଚ୍ଛୁ ମାନେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‍ଙ୍କ ନାମ ସାମ୍ନକୁ ଆଣିଛନ୍ତି। ଆଜି ଶ୍ରୀ ମୋକିମ୍‍ଙ୍କ ବାସଭବନରେ ବସିଥିବା ଏକ ମୈଠକରେ ଏଥିନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଏନେଇ ହାଇ କମାଣ୍ଡଙ୍କୁ ସୋଫିଆଙ୍କ ନାମ ସୁପାରିସ କରାଯି ବୋଲି କଟକ ନଗର କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

13:10 PM

Odisha News Live Updates: କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଉତ୍ତରପ୍ରଦେଶର କାନପୁରର ଦୁଇଟି ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଭୟ ଦୁର୍ଘଟଣା ଏକ ସମୟରେ ଘଟିଥିଲା। ଭୋଗନୀପୁର ପୋଲିସ ଷ୍ଟେସନ ପରିସରରେ ଏକ ଭ୍ୟାନ ଓଲଟି ପଡ଼ିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସେହିପରି ମୁସାନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଟ୍ରକ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ୨ ଜଣ ଗୁରୁତର ଆହତ ହୋଇଛନ୍ତି। 

13:02 PM

Odisha News Live Updates: ପ୍ଲାକାର୍ଡ ଧରି ରାମ୍ପରେ ଚାଲିଲେ ଉପଜିଲ୍ଲାପାଳ
ନିର୍ବାଚନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ । 'ମୋ ଭୋଟ୍ ମୋ ଗର୍ବ' ପ୍ଲା କାର୍ଡ ଧରି ରାମ୍ପରେ ଚାଲିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ । ବାଲିଗୁଡା ସଭାଗୃହ ପରିସରରେ ଉପଖଣ୍ଡ ପ୍ରଶାସନ ତରଫରୁ ଚୁନାବ ମହ୍ଲାର କାର୍ଯ୍ୟକ୍ରମରେ ଫ୍ୟାସନ ସୋ ରାମ୍ପରେ ଚାଲିଛନ୍ତି ମାଡାମ୍। ସାଧାରଣ ନିର୍ବାଚନରେ ଆଶାତୀତ ଭୋଟ ବୃଦ୍ଧି ସାଙ୍ଗକୁ ଯୁବା ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ପ୍ରୟାସ କରିଛନ୍ତି ଉପ ଜିଲ୍ଲାପାଳ।

12:50 PM

Odisha News Live Updates: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଚାର୍ଜଶିଟ୍‍

ଓଡ଼ିଶା ସରକାରଙ୍କ ଶାସନ ବିରୁଦ୍ଧରେ ବିଜେପି ଏକ ଅଭିଯୋଗ ପତ୍ର ବା ଚାର୍ଜଶିଟ୍‍ ଆଣିଛି। ଏହାକୁ କେନ୍ଦ୍ରମନ୍ତ୍ରୀ ଭୂମିନ୍ଦିର ପଟେଲ୍‍ ଉନ୍ମୋଚନ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଏହି ଚାର୍ଜଶିଟ୍ କୁ ଲୋକର୍ପଣ କରି ରାଜ୍ୟ ସରକାର ତଥା ନବୀନ ସରକାରଙ୍କ ଶସସନକୁ ସମାଲୋଚନା କରିଛି ବିଜେପି। ପଞ୍ଚାୟତଠାରୁ ସଚିବାଳୟଯାଏ ଦୁର୍ନୀତି ଲାଗି ରହିଥିବା ଅଭିଯୋଗ ହୋଇଛି। ନାରୀ ନିର୍ଯାତନାକୁ ଏକ ଫର୍ଦ୍ଦରେ ବିଶେଷ ଭାବେ ଚିତ୍ରଣ କରାଯାଇ ରାଜ୍ୟ ଶାସନକୁ ସମାଲୋଚନା କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି ପ୍ରଭୃତି ସମସ୍ୟାକୁ ଏଥିରେ ଗ୍ରହଣ କରାଯାଇଛି।

12:38 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି ବିଜେଡି: ନବୀନ ପଟ୍ଟନାୟକ

12:38 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ତାରାତାରିଣୀ ମନ୍ଦିରରୁ ଆରମ୍ଭ ହୋଇଛି ମନ୍ଦିର ରୁପାନ୍ତରଣ: ନବୀନ ପଟ୍ଟନାୟକ

12:37 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ମିଶନ ଶକ୍ତି ମାଙ୍କୁ ବିନା ସୁଧରେ ଋଣ ସୁବିଧା। ସମଗ୍ର ଦେଶରେ ଏହା ଏକ ମାଇଲ ଷ୍ଟୋନ: ନବୀନ ପଟ୍ଟନାୟକ

12:36 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଗୁଆ: ନବୀନ ପଟ୍ଟନାୟକ

12:36 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ

12:32 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥଙ୍କ ନାମରୁ ଆରମ୍ଭ କରିଛନ୍ତି ନିର୍ବାଚନୀ ପ୍ରଚାର

12:31 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ହିଞ୍ଜିଳିରୁ ଆରମ୍ଭ ହୋଇଛି ସ୍କୁଲର ରୂପାନ୍ତରଣ। ପୁଞ୍ଜିନିବେଶରେ ଓଡ଼ିଶା ଆଗୁଆ: ନବୀନ

12:29 PM

Odisha News Live Updates: ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କଲେ ନିର୍ବାଚନ ପ୍ରଚାର 
 ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ । ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ । ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା, ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି, ଆତ୍ମପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲାଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି । ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି । ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନେଇ ନେତା ଏବଂ କର୍ମୀମାନେ ନେଲେ ସଙ୍କଳ୍ପ ।  ହିଞ୍ଜିଳିରେ ନବୀନଙ୍କ ପ୍ରଚାର ଆରମ୍ଭକୁ ନେଇ ଉତ୍ସାହିତ ଦଳୀୟ ନେତା , କର୍ମୀ ଓ ସାଧାରଣ ଜନତା ।

12:29 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ହିଞ୍ଜିଳି, ଶେରଗଡ଼ ବିକାଶ ମଡେଲର ଉଦାହରଣ: ନବୀନ

 

12:26 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ଓଡ଼ିଶା ବିକାଶର ପରିଚୟ ଯୋଡିଶଙ୍ଖ। ଯୋଡ଼ିଶଙ୍ଖକୁ ବିପୁଳ ସମର୍ଥନ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

12:25 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ଯୋଡ଼ିଶଙ୍ଖ ବିକାଶର ପରିଚୟ। ସାଥିରେ ଅଛନ୍ତି ଭିକେ ପାଣ୍ଡିଆନ...

12:24 PM

Odisha News Live Updates: ପ୍ରଚାର ମୈଦାନରେ ନବୀନ
ଶେରଗଡ଼, ହିଞ୍ଜିଳିରେ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

12:16 PM

Odisha News Live Updates: ଓଟ ଉପରେ ବସି ନାମାଙ୍କନ ଭରିବାକୁ ଆସିଲେ ପ୍ରାର୍ଥୀ
ମହାରାଷ୍ଟ୍ର ଔରଙ୍ଗାବାଦରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଆଜି ଓଟ ଉପରେ ବସି ନାମାଙ୍କନ ଭରିବାକୁ ଆସିଥିଲେ। ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡ଼ିଓ...

 

12:12 PM

Odisha News Live updates: ଛତିଶଗଡ଼ରେ ମୋଦୀ
ଆଜି ଛତିଶଗଡ଼ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଖନ୍ତୁ ଭିଡ଼ିଓ...

 

11:58 AM

Odisha News Live Updates: ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ
ବାକି ଟଙ୍କା ମାଗିବାରୁ ଦୁର୍ବୃତ୍ତମାନେ ତେଜରାତି ଦୋକାନ ଜାଳିଦେଇଥିବାର ଖବର ମିଳିଛି। ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରେ ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ସୂଚନା ଅନୁସାରେ, ମଧୁପୁର ଗାଁର ବୃନ୍ଦାବନ ସାହୁଙ୍କ ଦୋକାନରୁ ତାଙ୍କ ଗାଁର ଜଣେ ଲୋକ ବାକି ନେଇଥିଲା। ବାକି ଟଙ୍କା ମାଗିବାରୁ ସେହି ଲୋକ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ପାଖାପାଖି ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି ପୋଡ଼ି ପାଉଁଶ ହୋଇଯାଇଛି। ଚନ୍ଦକା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

11:34 AM

Odisha News Live Updates: ପୁଣି ଥରେ କ୍ଷମା ପ୍ରାର୍ଥନା କଲା ପତଞ୍ଜଳି
ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗ ଗୁରୁବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସମସ୍ୟା କମ ହେବା ନା ନେଉନି। ଆଜି ଖବରକାଗଜରେ ବଡ ଧରଣର କ୍ଷମା ମାଗିଛି ପତଞ୍ଜଳି ଆୟୁବେଦ ପ୍ରାଇଭେଟ ଲିମିଟେଡ। ଆଜି ସକାଳେ ପ୍ରକାଶିତ ବିଜ୍ଞାପନରେ ଏକ ଚତୁର୍ଥାଶଂ ସ୍ଥାନ ନେଇଛି। ଯୋଗ ଗୁରୁ ବାବା ରାମଦେବ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ କ୍ଷମା ମାଗିଛନ୍ତି। ଏଥିସହ ସେ କହିଛନ୍ତି କୋର୍ଟଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଆଉ ଏଭଳି ଭୁଲ ଆଉ ହେବ ନାହିଁ। ହେଲେ ସୁପ୍ରିମକୋର୍ଟ ପକ୍ଷରୁ ପ୍ରଶ୍ନ କରାଯାଇଛି ଶୁଣାଣୀ ଆଗରୁ କାହିଁକି କ୍ଷମା ମଗାଯାଇନଥିଲା? ଯେତିକି ବିଜ୍ଞାପନ ଆକାର ବଡ ହୋଇଛି ସେତିକି କ୍ଷମା ର ଆକାର ବଡ ହୋଇଛି କି ? ଏଥିସହ ଯୋଗ ଶିବିର ପାଇଁ ଟିକସ ଦେବାକୁ ପଡିବ ବୋଲି କହିଛନ୍ତି। ମାମଲାରେ ଶୁଣାଣୀ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

11:30 AM

Odisha News Live Updates: ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ନିର୍ବାଚନ ପ୍ରଚାର ପାଇଁ ନିଜ ନିର୍ବାଚନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଛନ୍ତି । ଏଥିପାଇଁ ପୁରା ବ୍ରହ୍ମପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡକାଡି କରାଯାଇଛି । ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡରେ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ । ୨୦୧୪ ନିର୍ବାଚନ ପାଇଁ ଆଜିଠାରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ହିଞ୍ଜିଳି ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ।

11:04 AM

Odisha Daily News Live: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବୈଠକ ବାଲିକୁଦା ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରଚାର ମଧ୍ୟ ଆରମ୍ଭ କରାଯାଇଛି । ବାଲିକୁଦା-ଏରସମା ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଯୁବ ମୋର୍ଚା ସଭାପତି ସୁବୋଧ ବାରିକ, ରାଜ୍ୟ ଯୁବ ମୋର୍ଚା ପ୍ରଭାରୀ ସୁକାନ୍ତ ବିଶ୍ଵାଳଙ୍କ ସମେତ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଗାମୀ ନିର୍ବଚନରେ ବୁଥ ସ୍ତରରେ କିପରି ଭୋଟର ମାନଙ୍କୁ ସଚେତନ କରାଯିବ । ଏବଂ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ସଚେତନ କରାଯିବ  ସେନେଇ ଆଲୋଚନା କରାଯାଇଥିଲା । ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଏହି ନିର୍ବାଚନର ସାରଥୀ ହୋଇ ବିଜେପିକୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ସମୃଦ୍ଧ କରିବେ । ସେ ବାବଦରେ ଗୁରୁମନ୍ତ୍ର ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ।

11:02 AM

Odisha News Live Updates: କାଲି ଆସିବେ ଅମିତ ଶାହ; କରିବେ ନିର୍ବାଚନୀ ପ୍ରଚାର
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ରାଜ୍ୟରେ କାଲିଠୁ ବିଜେପିର ବିଧିବଦ୍ଧ ଭାବେ ପ୍ରଚାର ବିଗୁଲ ଫୁଙ୍ଖିବେ ଶ୍ରୀ ଶାହ। ଅପରାହ୍ଣ ସାଢ଼େ ୩ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ଶାହ। ସେଠାରୁ ସୋନପୁର ଯାଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ। ଏହାସହ ଜନସଭାରେ ଉଦବୋଧନ ଦେବେ ଶାହ। ପରେ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଅମିତ ଶାହଙ୍କ ନିର୍ବାଚନୀ ସଭା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଶାହ ସୋନପୁରରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ। ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ବୈଠକ କରିବେ।

10:49 AM

Odisha News Live Updates: ନିର୍ବାଚନୀ ଯାଞ୍ଚ: ସୀମାନ୍ତ ରୁଚିଦାରୁ ଦେଢ଼ ଲକ୍ଷ ଟଙ୍କା ଜବତ
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ସୀମାନ୍ତ ରୁଚିଦା ନାକା ପୋଷ୍ଟଠାରେ ସୋମବାର ପୁଲିସ୍‌ର ଚେକିଂ ଚାଲିଥିବା ବେଳେ ଛତିଶଗଡ଼ ରାଜ୍ୟ ଚିରରା ଗ୍ରାମର ବିଜୟ ସାହୁ (୩୧ବର୍ଷ)ଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଜବତ ହୋଇଛି। ସେ କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଧରି ଯାଉଥିଲା ତା’ର ହିସାବ ଦେଇପାରି ନଥିବାରୁ ପୁଲିସ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

10:30 AM

Odisha News Live Updates: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଆଜି ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ପତଞ୍ଜଳି ଗତକାଲି ମଧ୍ୟ କ୍ଷମା ମାଗିଥିଲେ, କିନ୍ତୁ ଏହି କ୍ଷମା ପ୍ରାର୍ଥନା ବିଭ୍ରାନ୍ତିକର ବିଜ୍ଞାପନ ଆକାରଠାରୁ ଛୋଟ ହୋଇଥିବାରୁ ପ୍ରଶ୍ନ କରିଥିଲେ ଅଦାଲତ।

10:15 AM

Odisha News Live Updates:ଓଡ଼ିଶା ରାଜନୀତିରେ ଲୁଙ୍ଗିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେମାବାର ରାତିରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ଦୁଇଟି ଶଙ୍ଖ ଛବି ଧରି ପ୍ରଚାର ଆରମ୍ଭ କରିଥିଲେ। ଏହାକୁ ବିଜେପି ବରିଷ୍ଠ ନେତା ସମାଲୋଚନା କରି ବୁଢ଼ା ଲୋକଙ୍କୁ ଲୁଙ୍ଗି ପିନ୍ଧା ଯାଇଛି ବୋଲି ଅଭିଯୋଗ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ତାଙ୍କୁ କଡ଼ା ଜବାବ ଦିଆଯିବାକୁ ଚେଷ୍ଟା ହୋଇଛି। ଗତକାଲି ଗଣମାଧ୍ୟମକୁ ଦୁଇ ବିଜେଡି ମୁଖପାତ୍ର ଲୁଙ୍ଗି ପିନ୍ଧି ବିବୃତ୍ତି ଦେଉଥିବା ଚିତ୍ର ପଠାଇଛି ବିଜେଡି। 

10:00 AM

Odisha News Live Updates:ପ୍ରଥମଥର ପାଇଁ ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ବୁଲେଟ୍‍ ପ୍ରୁଫ୍‍ ଜାକେଟ୍‍ ବିକଶିତ କରିଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଡିଆରଡିଓ କାନପୁର ପକ୍ଷରୁ ଏହି ଜାକେଟ୍‍ ତିଆରି କରାଯାଇଛି। ଯାହା ସବୁଠାରୁ ହାଲୁକା। ମନୋଲିଥିକ୍ ସେରାମିକ ବ୍ୟବହାର କରାଯାଇ ଏହି ସୁରକ୍ଷା କବଚ ତିଆରି କରାଯାଇଛି । ଯାହା ବିଆଇଏସ୍‍ ୬ ସ୍ତରର ସୁରକ୍ଷା ପ୍ରଦାନ କରିପାରିବ। 

 

09:45 AM

Odisha News Live Updates: ଆଜି ଜାତୀୟ ପଞ୍ଚାୟତିରାଜ ଦିବସ। ପ୍ରତିବର୍ଷ ଭାରତର ବିଭିନ୍ନ ସ୍ଥାନରେ ଏହି ଦିବସକୁ ପାଳନ କରାଯାଇ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମ୍ମାନ ଦିଆଯାଇଥାଏ। ୧୯୯୩ ମସିହା ଏପ୍ରିଲ ୨୪ ତାରିଖ ଦିନ ପ୍ରଥମଥର ପାଇଁ ଭାରତର ସମ୍ବିଧାନରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମିଲ୍‍ କରାଯାଇଥିଲା। ୭୩ତମ ସମ୍ବିଧାନ ସଂଶୋଧନ ଭାବେ ଏହି ବ୍ୟବସ୍ଥା ପରିଗଣିତ। ୨୦୧୦ ମସିହାରେ ପ୍ରଥମଥର ପାଇଁ ଏପ୍ରିଲ ୨୪କୁ ପଞ୍ଚାରୟତିରାଜ ଦିବସ ଭାବେ ପାଳନ କରାଯାଉଛି। 

09:30 AM

Odisha News Live Updates: ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ମଙ୍ଗଳସୂତ୍ର ବୟାନ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ବାଙ୍ଗାଲୁରୁରେ ଏକ ରାଲିକୁ ସମ୍ବୋଧନ କରି ପ୍ରିୟଙ୍କା କହିଛନ୍ତି, ଦେଶର ସବୁଠୁ ବଡ଼ ନେତା ନିଜ ନୈତିକତା ଭୁଲି ଯାଇଛନ୍ତି, ଲୋକଙ୍କ ସମ୍ମୁଖରେ କେବଳ ନାଟକ କରୁଛନ୍ତି। ଏବେକାର ସରକାର ବିରୋଧୀଙ୍କ ସ୍ୱରକୁ ଚପାଇବା ସହ ବ୍ୟାଙ୍କ ଖାତା ସିଜ୍‌ କରିବାକୁ ପଛାଉ ନାହିଁ। ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ଭର୍ତ୍ତି କରି ରଖିଛନ୍ତି। ଆପଣ ‘ସୁପରମ୍ୟାନ’ ନୁହନ୍ତି ‘ମେହଙ୍ଗାଇମ୍ୟାନ୍’ । ବିଗତ ୧୦ ବର୍ଷ ଭିତରେ କେବଳ ସବୁ ଜିନିଷକୁ ମହଙ୍ଗା କରିବା ବ୍ୟତୀତ ଆଉ କିଛି କରି ନାହାନ୍ତି’।

09:15 AM

Odisha News Live Updates: କେନ୍ଦୁଝର ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ଡିଏଫଓ ସୂଚନା ଦେଇଛନ୍ତି । ଜଙ୍ଗଲ ମଧ୍ୟରେ ୨୮୦ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଛି । ଏହି ସମସ୍ତ ନିଆଁ ମନୁଷ୍ୟକୃତ ହୋଇଥିବା ଜଣାପଡ଼ିଛି । ପୋଢୁ ଚାଷ ପାଇଁ, ଶିକାରୀ ତଥା ଜାଳେଣି କାଠ ଓ ମହୁଲ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା ଡିଏଫଓ କହିଛନ୍ତି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଆଁ ଅଧିକ ବ୍ୟାପିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉଥିବା ବେଳେ ଲୋକଙ୍କୁ ସଚେତନ କରାଯାଉଛି ।

09:00 AM

Odisha News Live Updates: ଦିନକ ପରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପ୍ରିଲ ୨୬ ତାରିଖରେ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୫ ଦଶିମିକ ୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ମତଦାନ ହାର ବଢିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୨ ଆସନ ପାଇଁ ୧୬ କୋଟି ୬୩ ଲକ୍ଷ ଲୋକେ ଭୋଟ ଦେଇଛନ୍ତି ।

08:45 AM

Odisha News Live Updates: ରିଲିଜ ହୋଇଛି ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରୀ ନିର୍ବାଚନୀ ପ୍ରଚାର ଗୀତ । ଏହି ନିର୍ବାଚନୀ ପ୍ରଚାର ଗୀତ ଗାଇଛନ୍ତି ଉମାକାନ୍ତ ବାରିକ । ବିଜେପିର ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗାୟକ ଉମାକାନ୍ତ ବାରିକଙ୍କ ଉପସ୍ଥିତିରେ ଏହି ଗୀତ ଟି ରିଲିଜ ହୋଇଥିବା ସୂଚନା ମିଳିଛି।

08:30 AM

Odisha News Live Updates: ଅତାବିରା ନିର୍ବାଚନ ମଣ୍ଡଳୀରେ ଭାଙ୍ଗୁଛି ବିଜେଡିର ଗଡ । ଗତକାଲି ଭେଡେନ ବ୍ଲକ ଡାଙ୍ଗପାଲିରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ହଜାର ହଜାର ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଅତାବିରା ବିଜେପି ବିଧାୟକ ପ୍ରାଥି ନିହାର ମହାନନ୍ଦଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ନିହାର ବିଜେଡି ଓ ବିଧାୟିକା ସ୍ନେହାଙ୍ଗିନି ଛୁରିଆଙ୍କୁ କଡ଼ା ସମାଲୋଚନା କରିଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ଚାଷୀ ସମସ୍ୟା,ବେକାରୀ ସମସ୍ୟା ଉପରେ ସେ ବର୍ଷିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି।

08:00 AM

Odisha News Live Updates: ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଂଜାମରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ ଶେରଗଡ଼ରେ ୨ଟି ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/politics/odisha-election-2024-...

07:45 AM

Odisha News Live Updates: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ । ପୂର୍ବ ମ୍ୟାଚ୍ ରେ ସନରାଇଜର୍ସ ହ୍ରାଇଦାବାଦ ଠାରୁ ପରାଜିତ ହୋଇଥିବା ଦିଲ୍ଲୀ ଆଜି ବିଜୟ ନେଇ ଉଦ୍ୟମ କରିବ । ଅନ୍ୟପଟେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଉଭୟ ଦଳ ଇତି ମଧ୍ଯରେ ପରସ୍ପରକୁ ୪ ଥର ଭେଟିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଗତ ୧୭ ତାରିଖରେ ଅହମ୍ମବାଦରେ ଉଭୟ ଦଳ ମଧ୍ଯରେ ଖେଳାଯାଇଥିବା ମ୍ୟାଚ୍ ରେ କ୍ୟାପିଟାଲ୍ସ ୭ ୱିକେଟ୍ ରେ ବିଜୟୀ ହୋଇଥିଲା ।

07:40 AM

Odisha Daily News Live: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆହୁରି ପାଞ୍ଚ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ପୂର୍ବତଟ ରେଳପଥ ପୂର୍ବରୁ ୨୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସମ୍ବଲପୁରରୁ ଏରୋଡ଼; ପୁରୀରୁ ଉଧନା (ସୁରଟ) ଓ ନୂଆଦିଲ୍ଲୀ ଏବଂ ବିଶାଖାପାଟନମ୍ ରୁ ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହଟିଆକୁ ସ୍ୱତନ୍ତ୍ର ଟ୍ରେନ ଗଡିବ।  ସେହିପରି,  ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ସମୁଦାୟ ୨୬ ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଚଳାଚଳ କରିବ । 

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Summer Special Trains 2024: ଗଡ଼ିବ ଏତିକିଟି ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା

07:25 AM

Odisha News Live Updates: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ରେକର୍ଡ ଭାଙ୍ଗୁଛି। ଆଉ ୨୪ ଘଣ୍ଟା ରାଜ୍ୟରେ ସମାନ ସ୍ଥିତି ଲାଗି ରହିବ। ପରେ ୨୫ ତାରିଖ ଠାରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଣ କେନ୍ଦ୍ର କହିଛି। ୨୪ ଓ ୨୫ ତାରିଖରେ ଉତ୍ତର ଓ ଉପକୂଳରେ  ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୬ ଓ ୨୭ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଗମ୍ଭୀର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Weather Update: ରାଜ୍ୟରେ କଲବଲ କରୁଛି ତାତି, ଆଜିବି ସ୍ଥିତି ରହିବ ଗମ୍ଭୀର

 

07:08 AM

Odisha News Live Updates: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୪ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ: Today Horoscope: ବିଛା କୁମ୍ଭ ସହ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ