Shukra Gochar 2024: ମାଳବ୍ୟ ରାଜଯୋଗ ଫିଟାଇବ ୫ ରାଶିର ଭାଗ୍ୟ, ହେବ ଧନର ବର୍ଷା !
Advertisement
Article Detail0/zeeodisha/odisha2223106

Shukra Gochar 2024: ମାଳବ୍ୟ ରାଜଯୋଗ ଫିଟାଇବ ୫ ରାଶିର ଭାଗ୍ୟ, ହେବ ଧନର ବର୍ଷା !

Venus Transit In Taurus : ଯେତେବେଳେ ଶୁକ୍ର ଗ୍ରହ ନିଜଠୁ ଉଚ୍ଚ ରାଶିରେ ଚଳନ କରନ୍ତି ସେତେବେଳେ ମାଳବ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ଶୁକ୍ର ମେ ୧୯ ତାରିଖରେ ମେଷ ରାଶିରୁ ବୃଷକୁ ଚଳନ କରିବେ । ଯାହାର ପ୍ରଭାବରେ କିଛି ରାଶିକୁ ସକରାତ୍ମକ ଏବଂ କିଛି ରାଶିକୁ ନକରାତ୍ମକ ଫଳାଫଳ ମିଳିବ ।

Shukra Gochar 2024: ମାଳବ୍ୟ ରାଜଯୋଗ ଫିଟାଇବ ୫ ରାଶିର ଭାଗ୍ୟ, ହେବ ଧନର ବର୍ଷା !

Venus Transit In Taurus : ଶୁକ୍ର ମେ ୧୯ ତାରିଖରେ ବୃଷ ରାଶିରେ ଚଳନ କରିବେ । ଶୁକ୍ର ୧୨ ମାସ ପରେ ବୃଷ ରାଶିକୁ ଫେରିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଯେତେବେଳେ ଉଚ୍ଚ ରାଶିରେ ଚଳନ କରନ୍ତି ସେତେବେଳେ ମାଳବ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ଶୁକ୍ର ବୃଷ ରାଶିରେ ପ୍ରବେଶ କରିବା ପରେ ବୃହସ୍ପତି ସହିତ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି । ଶୁକ୍ର ଏବଂ ବୃହସ୍ପତିଙ୍କ ମିଳନ କାରଣରୁ ଗଜଲକ୍ଷ୍ମୀ ରାଜଯୋଗ ଗଠନ ହେବ । ମାଳବ୍ୟ ରାଜଯୋଗ ଏବଂ ଗଜଲକ୍ଷ୍ମୀ ରାଜଯୋଗ ଶୁଭ ପ୍ରଭାବ କାରଣରୁ, ବୃଷ ରାଶି ସମେତ ୫ଟି ରାଶିର ବ୍ୟକ୍ତିବିଶେଷ ଧନ ଲାଭ କରିବେ । ଆସନ୍ତୁ ଜାଣିବା ସେ ରାଶି ଗୁଡିକ କଣ କଣ ।

ବୃଷ ରାଶି
ମାଳବ୍ୟ ରାଜଯୋଗ ଆପଣଙ୍କୁ ଧନ ସମ୍ପତ୍ତି ପ୍ରଦାନ କରିପାରେ । ଏହି ଚଳନ ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ବଢାଇବ । ବିଶେଷ କରି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ମିଳିବ । ଟଙ୍କା ରୋଜଗାର ପରେ ସଞ୍ଚୟ ଚିନ୍ତା କରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କୁ ଜଗିରଖି ଚଳିବାର ଅଛି । ଆଖି ଏବଂ ଗଳା ସମ୍ବନ୍ଧୀୟ ରୋଗର ସାମ୍ନା କରିପାରନ୍ତି ।

ସିଂହ ରାଶି
ଶୁକ୍ର ଆପଣଙ୍କ ଦଶମ ଘରେ ପ୍ରବେଶ କରିବେ । ଶୁକ୍ରଙ୍ଗ ଏହି ଚଳନ ଆପଣଙ୍କ କ୍ୟାରିୟରରେ ଅଗ୍ରଗତି ଆଣିପାରେ । ଚାକିରିରେ ପଦୋନ୍ନତି ହୋଇପାରେ । କ୍ୟାରିଅରରେ ନୂଆ ସୁଯୋଗ ପାଇବେ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଥିଲେ ଏହା ଉପଯୁକ୍ତ ସମୟ । ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ । ବିବାହିତ ଲୋକମାନେ ବୈବାହିକ ଜୀବନରେ ସୁଖ ପାଇବେ । ମାନ ସମ୍ମାନ ବୃଦ୍ଧି ପାଇବ ।

କନ୍ୟା ରାଶି
ଏହି ଚଳନ ଆପଣଙ୍କ କ୍ୟାରିଅରରେ ଶୁଭ ପ୍ରଭାବ ପକାଇବ । ବ୍ୟବସାୟରେ ଆପଣ ନୂଆ ଚିନ୍ତାଧାରାକୁ ନେଇ କାର୍ଯ୍ୟ କରିପାରିବେ । ଭାଗ୍ୟ ଆପଣଙ୍କୁ ସାଥ୍ ଦେବ । ବ୍ୟବସାୟରେ ଅଧିକ ଲାଭ ପାଇବେ । ବିବାହ ପାଇଁ ବାଟ ଫିଟିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ଫିଟ୍ ଅନୁଭବ କରିବେ । ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ଆର୍ଥିକ କ୍ଷେତ୍ରରେ ଆପଣ ମଜବୁତ ହେବେ ।

ବିଛା ରାଶି
ମାଳବ୍ୟ ରାଜଯୋଗ ଆପଣଙ୍କ ଜୀବନରେ ସୁଖ ଏବଂ ସୁବିଧା ବଢାଇବ । ବ୍ୟବସାୟରେ କିଛି ନୂଆ ଚ୍ୟାଲେଞ୍ଜର ସାମ୍ନା କରିବା ସହ ଲାଭ ପାଇବେ । ଏହି ସମୟରେ ଅଧିକ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଅର୍ଥ ରୋଜଗାର ହେଉଥିବାରୁ ଆପଣଙ୍କୁ ବାଧିବ ନାହିଁ । ପ୍ରେମ ସମ୍ପର୍କରେ ଆପଣ କିଛି ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି ।

ମକର ରାଶି
ଆପଣଙ୍କ ରାଶିର ପଞ୍ଚମ ଘରେ ମାଳବ୍ୟ ରାଜଯୋଗ ଗଠିତ ହେବ । ଆର୍ଥିକ ଦୃଷ୍ଟିରୁ ଏହି ଗ୍ରହ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଯାନ ବାହାନ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଉଛି । ବ୍ୟବସାୟରେ ଅଗ୍ରଗତି ପାଇଁ ଆପଣ ନୂଆ ସୁଯୋଗ ପାଇବେ । ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବେ । ପ୍ରେମ ସମ୍ପର୍କ ବିବାହ ଆଡକୁ ଗତିକରିବ । ବୈବାହିକ ଜୀବନକୁ ଆପଣ ଖୁବ ଉପଭୋଗ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପଡିପାରନ୍ତି ତେଣୁ ଜଗିରଖି ଚଳନ୍ତୁ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Guru Gochar 2024: ଏହି ୪ ଟି ରାଶିର ଭାଗ୍ୟରେ ଲଟେରୀ, ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଧନ ବର୍ଷା

Also Read- Rashifal 24 April 2024: କେମିତି କଟିବ ବୁଧବାର ? ଜାଣନ୍ତୁ ୧୨ରାଶିର ଭାଗ୍ୟଫଳ